February 21, 2026

ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଡ୍ରୋନ ଉଡ଼ିଛି

1 min read

ପୁରୀ: ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଡ୍ରୋନ ଉଡ଼ିଛି। ଏନେଇ ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪ଜୁନ୍‌ ଏଯାବତ୍‌ ଡ୍ରୋନ ଉଡ଼ିବାର ୧୦ଟି ମାମଲା ରୁଜୁ ହୋଇଛି। ୨ଟି ମାମଲାର ଫାଇନାଲ ଫର୍ମ ପ୍ରଦାନ ହୋଇଛି। ୮ଟିର ତଦନ୍ତ ଜାରି ରହିଛି।
ଶ୍ରୀମନ୍ଦିର ଭିତରକୁ ୭୦୦ ଜଣ ବ୍ୟକ୍ତି ଫୋନ ନେଇ ପ୍ରବେଶ କରିଛନ୍ତି। ଏନେଇ ୯ଟି ମାମଲା ରୁଜୁ ସହ ୭ଟିର ଫଇସଲା ହୋଇଛି ଓ ୨ଟିର ତଦନ୍ତ ଜାରି ରହିଛି।