October 31, 2025

ଡାକ୍ତର ନୀଳକଣ୍ଠ ମିଶ୍ର ଓସାକ୍ସ ର ନୂତନ ପ୍ରକଳ୍ପ ନିର୍ଦେଶକ

1 min read

ଭୁବନେଶ୍ୱର ୩୧.୧୦.୨୦୨୫: ଡାକ୍ତର ନୀଳକଣ୍ଠ ମିଶ୍ର, ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିଦେ୍ର୍ଦଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଡାକ୍ତର ମିଶ୍ର ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ସହ ଓସାକ୍ସର ପ୍ରକଳ୍ପ ନିଦେ୍ର୍ଦଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ଏହି ଅବସରରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ନୂତନ ପ୍ରକଳ୍ପ ନିଦେ୍ର୍ଦଶକ ଡାକ୍ତର ମିଶ୍ରଙ୍କୁୁ ସ୍ୱାଗତ କରିଥିଲେ ଓ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା । ଏଚ.ଆଇ.ଭି./ଏଡସ୍ ଦୂରୀକରଣ କରିବା ଦିଗରେ ଓସାକ୍ସର କାର୍ଯ୍ୟକ୍ରମକୁ ଆହୁରୀ ତ୍ୱରାନ୍ୱିତ କରିବା ପାଇଁ ପ୍ରକଳ୍ପ ନିଦେ୍ର୍ଦଶକ ପରାମର୍ଶ ଦେଇଥିଲେ । ରାଜ୍ୟକୁ ୨୦୩୦ ସୁଦ୍ଧା ଏଡସ୍ର ମୂଳୋତ୍ପାଟନ ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ହାସଲରେ ସକାରାତ୍ମକ ଚିନ୍ତାଧାରା ନେଇ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।