March 7, 2026

ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ

1 min read

ଛତ୍ରପୁର: ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା ଏମ୍‌ପି ଅନୀତା ଶୁଭଦର୍ଶନୀ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେଣ୍ଟ୍ରାଲ ସ୍କିମ୍‌ ଏବଂ ମନରେଗା ଗ୍ରାମୀଣ ଗୃହ, ପାନୀୟ ଜଳ, ଗ୍ରାମ୍ୟଉନ୍ନୟନ, ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା,ବିଦ୍ୟୁତ୍‌, କୃଷି, ମୃତ୍ତିକା ସଂରକ୍ଷଣ ସମେତ ବିଭିନ୍ନ ବିଭାଗ ଉପରେ ଆଲୋଚନା କରାଯାଇଥିଲା।

ବ୍ରହ୍ମପୁର ଏମ୍‌ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଜିଲାପରିଷଦର ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଉପାଧ୍ୟକ୍ଷା ଏସ୍‌. ରାଜେଶ୍ୱରୀ ଦୋରା, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳାଇ, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ, ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର, ଇନଚାର୍ଜ ସିଡିଓ ବିଜୟ କୁମାର ବେହେରା, ଅତିରିକ୍ତ ଜିଲାପାଳ ସୁନୀଲ କୁମାର କେର୍କଟା ଓ ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ ମଞ୍ଚାସୀନ ଥିଲେ। ଏହି ବୈଠକ ବ୍ଲକ ଅଧ୍ୟକ୍ଷା/ ଅଧ୍ୟକ୍ଷ ସରପଞ୍ଚ ଓ କମିଟିର ସଦସ୍ୟଙ୍କ ସମେତ ଜିଲାର ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଜିଲାରେ ଚାଲିଥିବା ଉନ୍ନୟନ କାମ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲାପରିଷଦର ଇନ୍‌ଚାର୍ଜ ସିଡିଓ ବିଜୟ କୁମାର ବେହେରା ସଂଯୋଜନା କରିଥିଲେ।