March 11, 2026

ବଲାଙ୍ଗୀର ଜିଲା କନ୍ଦାଜୁରି ଗାଁରୁ ବେଆଇନ ଭାବେ ହସ୍ତାନ୍ତରିତ ଦୁଇ ନବଜାତ ଶିଶୁକୁ ଜିଲା ଶିଶୁ ସୁରକ୍ଷା ୟୁନିଟର ଉଦ୍ଧାରକାରୀ ଦଳ

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲା କନ୍ଦାଜୁରି ଗାଁରୁ ବେଆଇନ ଭାବେ ହସ୍ତାନ୍ତରିତ ଦୁଇ ନବଜାତ ଶିଶୁକୁ ଜିଲା ଶିଶୁ ସୁରକ୍ଷା ୟୁନିଟର ଉଦ୍ଧାରକାରୀ ଦଳ ବେଲପଡା ବ୍ଳକର ଏକ ଗାଁ ଓ ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ ଏକ ଗାଁରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଉତ୍କଟ ଗରିବୀ ଯୋଗୁଁ ଦୁଇ ନବଜାତ ଶିଶୁଙ୍କୁ ତାଙ୍କ ମାତା ପିତା ନିଜର ଦୁଇ ସମ୍ପର୍କୀୟଙ୍କୁ ଟେକି ଦେଇଥିଲେ। କୌଣସି ସୂତ୍ରରୁ ଖବରପାଇ ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲା ପ୍ରଶାସନର ଟିମ ହସ୍ତାନ୍ତରିତ ଶିଶୁକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଶିଶୁ ସୁରକ୍ଷିତ ଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁପମା ପ୍ରଧାନ ସୂଚନା ଦେଇଛନ୍ତି। ଉଦ୍ଧାର ଦୁଇ ଶିଶୁ ପେଲେସ ଲାଇନ ସ୍ଥିତ ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର (ଏସଏଏ)ରେ ରଖାଯାଇଥିବା ଜଣାପଡିଛି। ଅନ୍ୟପଟେ ନିଜର ଦୁଇ ଶିଶୁକୁ ପ୍ରଶାସନିକ ଟିମ ଉଠାଇ ଆଣିଥିବା ଜାଣିବା ପରେ ସମ୍ପୃକ୍ତ ଦମ୍ପତି ଆଲୋଚନା କରିବାକୁ ଜିଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟକୁ ଆସିଛନ୍ତି।