January 25, 2026

ବଡଚଣା ଥାନାର ପୂର୍ବତନ ଥାନା ଅଧିକାରୀଙ୍କୁ ନିଲମ୍ବନ

1 min read

ବଡଚଣା: ଆଇଆଇସି ମଧୁସ୍ମିତା ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବଡଚଣା ଥାନାର ପୂର୍ବତନ ଥାନା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ମଧୁସ୍ମିତାଙ୍କୁ ପୁଲିସ୍ ଡିଜି ସସ୍‌ପେଣ୍ଡ କରିଛନ୍ତି। ପଦର ଅପବ୍ୟବହାର କରିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି। ତେବେ ମଧୁସ୍ମିତା ହେଉଛନ୍ତି ବଣାଚଣା ଥାନାର ପୂର୍ବତନ ଥାନା ଅଧିକାରୀ। ମଧୁସ୍ମିତା ଜଣେ ଔଷଧ ଦୋକାନୀ ନାଁରେ ମିଛ ମାମଲା କରି ଟଙ୍କା ଆଦାୟ କରୁଥିବାର ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ପରେ ତାଙ୍କୁ ଏସ୍‌ପି ଅଫିସକୁ ବଦଳି କରାଯାଇଥିଲା।