October 14, 2025

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ

1 min read

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଓ ରେମୁଣା ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନେଇ ଦୁଇଦିନିଆ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଶିବିର ଉଦଘାଟନ କରିଥିଲେ।

ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ବାଲେଶ୍ଵର ଜିଲ୍ଲା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହିତ ମୁକାବିଲା କରୁଛି। ତେଣୁ ସମନ୍ଵୟ ରକ୍ଷା କରି କାର୍ଯ୍ୟ କଲେ ନିଶ୍ଚିତ ଭାବେ ବିପର୍ଯ୍ୟୟ ମୁକାବିଲା ସଫଳ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ନୀଳଗିରି ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ବିପଦ ସମୟରେ ସେମାନଙ୍କର ଭୂମିକା, ସତର୍କତା ଏବଂ ଆବଶ୍ୟକ ପଦକ୍ଷେପ ଆଦି ବିଷୟରେ ପରାମର୍ଶ ଦେଇଥିଲେ।

ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହିତ ନିଜର ସୁରକ୍ଷା କଥା ଚିନ୍ତା କରିବା ଆବଶ୍ୟକ ବୋଲି ମୁଖ୍ୟ ଉନୟନ୍ନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ରାଉତ ମତବ୍ୟକ୍ତ କରିଥିଲେ।

ଆନନ୍ଦ କୁମାର ପାତ୍ର, ଅଞ୍ଜନ ଚାନ୍ଦ, ବିମଳେନ୍ଦୁ ଗିରି ଓ ଶିଶିର ଦାଶ ପ୍ରଶିକ୍ଷଣ ଦେଇଥିଲେ। ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅବନୀ କାନ୍ତ ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।