ନିୟମଗିରି ଅଞ୍ଚଳରେ ଝାଡ଼ାବାନ୍ତି; ୫ ଡ଼ଙ୍ଗରିଆ ଆକ୍ରାନ୍ତ
1 min read
ରାୟଗଡା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତରେ ୫ ଜଣ ଡ଼ଙ୍ଗରିଆ କନ୍ଧ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛିI ସାନଡେଙ୍ଗନେଲି ଗାଁରେ ଗୋଟିଏ ପରିବାରର ୪ ଜଣ ମହିଳା ପୁରୁଷ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ପତେ କାଡ୍ରାକା (୨୮), କୁଡୁଞ୍ଜି କାଡ୍ରାକା(୫୦), ପଇଲି କାଡ୍ରାକା (୩୫), ମାଳ କାଡ୍ରାକା (୩୨)। ସେହିପରି ଉକ୍ତ ପଞ୍ଚାୟତ ଫାକେରି ଗାଁର କଚାଡି ହିକକା (୪୨) ବର୍ଷୀୟ ମଧ୍ୟ ଝାଡ଼ାବାନ୍ତିରେ ଗୁରୁତର ହୋଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଉକ୍ତ ଅଞ୍ଚଳରେ ଟିକାକରଣ ଓ ମମତା ଦିବସ ଭଳି କାର୍ଯ୍ୟକ୍ରମ କରାଯାଉଛି। କଲ୍ୟାଣସିଂପୁର ସିଏଚ୍ସିରେ କାର୍ଯ୍ୟରତ ଡାକ୍ତର ସୌମ୍ୟରଞ୍ଜନ ମିଶ୍ରଙ୍କ ସୂଚନା ଅନୁଯାୟୀ ସେମାନେ କଣ ଖାଇ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।


