ଧର୍ମଶାଳା ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କମିଟି ସଭାପତିଙ୍କ ମଧ୍ୟରେ କଳି ବୁଧବାର ଦିନରୁ ଆଜି ଯାଏ ମଧ୍ୟାହ୍ନଭୋଜନ ବନ୍ଦ
1 min read
ଧର୍ମଶାଳା: ଯାଜପୁର ଜିଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କମିଟି ସଭାପତିଙ୍କ ମଧ୍ୟରେ କଳି ଲାଗିବା ଫଳରେ ଗତ ବୁଧବାର ଦିନରୁ ଆଜି ଯାଏ ମଧ୍ୟାହ୍ନଭୋଜନ ବନ୍ଦ ରହିଛି । ଯାହାକୁ ନେଇ ସ୍ଥାନୀୟ ଅଭିଭାବକମାନେ ପହଞ୍ଚି ବିଦ୍ୟାଳୟରେ ପାଟିତୁଣ୍ଡ କରିବା ପରେ ଆପୋଷ ବୁଝାମଣା ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁସାରେ, ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ପାଠ ପଢ଼ିବା ପାଇଁ ଆସିଥାନ୍ତି। କିନ୍ତୁ ୫ଦିନରୁ ଊଦ୍ଧର୍ବ ହେବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିନ୍ମୟ ଦାସ ଓ କମିଟି ସଭାପତି ପ୍ରସନ୍ନ କୁମାର ସ୍ବାଇଁଙ୍କ ମଧ୍ୟରେ ଛୋଟ ମନମାଳିନ୍ୟ ଓ ଭୁଲ ବୁଝାବଣା ଥିବା କାରଣରୁ୧୦ତାରିଖରୁ ମଧ୍ୟାହ୍ନ ଭୋଜନ ବନ୍ଦ ଥିବା ପ୍ରଧାନଶିକ୍ଷକ ସ୍ବୀକାର କରିଛନ୍ତି ଏବଂ ଆସନ୍ତାକାଲି ଦିଆଯିବ ବୋଲି କହିଛନ୍ତି।
ଅପରପକ୍ଷରେ ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ଦିଆଯିବା ସହ ମଧ୍ୟାହ୍ନଭୋଜନରେ ଘୋଟାଲା ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସଭାପତିଙ୍କ ମନମାନି ଯୋଗୁ ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ଥିବା ନେଇ ଅଭିଭାବକ ଦାବି କରିଛନ୍ତି।