ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ
1 min read
ଭୁବନେଶ୍ୱର : ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ। ବିଭିନ୍ନ ଦିଗକୁ ତର୍ଜମା କରି ଫେରିବା ପରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ। ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଛନ୍ତି ଜିଲ୍ଲା ପ୍ରଶାସନ ଓ ଉଭୟ ସଂପ୍ରଦାୟ ସହ ଆଲୋଚନା ହୋଇଛି।
ସେହି ଅନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଯାହା ଉଚିତ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବେ। ଉଭୟ ସଂପ୍ରଦାୟ ଶାନ୍ତି ଚାହୁଁଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି। ଅନେକ କାରଣ ରହିଛି। ସରଜମିନି ତଦନ୍ତ କରାଯାଇଛି। ଦୁଇ ସମ୍ପ୍ରଦାୟ ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହିତ ଆଲୋଚନା ହୋଇଛି। ସମସ୍ତେ ଶାନ୍ତି ଚାହୁଁଛନ୍ତି।


