March 11, 2026

ଏନ୍‌ପିଏସ୍‌ ଶିକ୍ଷକଙ୍କୁ ତୁରନ୍ତ ଦରମା ପ୍ରଦାନ ପାଇଁ ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ଦାବି

1 min read

ଦେବଗଡ଼: ଦେବଗଡ଼ ଜିଲା ବାରକୋଟ ବ୍ଲକରେ କାର୍ଯ୍ୟରତ ଏନ୍‌ପିଏସ୍‌ ଶିକ୍ଷକଙ୍କୁ ଗତ ମାସର ଦରମା ପ୍ରଦାନ କରାଯାଇ ନ ଥିବା ବେଳେ ପରିବାର ଗୁଜୁରାଣ ମେଣ୍ଟାଇବାରେ ସେମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଦରମା ପାଇ ନ ଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ତୁରନ୍ତ ଦରମା ପ୍ରଦାନ ପାଇଁ ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଶନିବାର ଜିଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଜିଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।