ଦିଲ୍ଲୀର ରେଖା ଗୁପ୍ତା ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା
1 min read
ନୂଆଦିଲ୍ଲୀ: ଦିଲ୍ଲୀର ରେଖା ଗୁପ୍ତା ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ବିଜେପି ସରକାର ଚଳିତ ବର୍ଷ ହୋଲି ଏବଂ ଦୀପାବଳିରେ ଗରିବ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇବ। କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଗରିବମାନଙ୍କୁ ଏକ ଉପହାର ଦେବାକୁ ଯାଉଛି। ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା ଯେ ଯଦି ଦିଲ୍ଲୀରେ ତାଙ୍କର ସରକାର ଗଠନ ହୁଏ, ତେବେ ଗରିବମାନଙ୍କୁ ହୋଲି ଏବଂ ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ଦିଲ୍ଲୀର ପରିବାରକୁ ଅଭିନନ୍ଦନ। ଆମେ ଆଜି ଏକ ପ୍ରତିଶ୍ରୁତି ପୂରଣ କରୁଛୁ। ହୋଲି ଏବଂ ଦୀପାବଳିରେ ମାଗଣା ସିଲିଣ୍ଡର ଯୋଗାଇ ଦିଆଯିବ। ଏଥିପାଇଁ କ୍ୟାବିନେଟରେ ୨୪୨ କୋଟି ଟଙ୍କାର ପାଣ୍ଠି ଅନୁମୋଦନ କରାଯାଇଛି।


