October 14, 2025

ଦୀପାରାଣୀ ନାଗ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି

1 min read

କୋକସରା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ମାଣିକ୍ୟ ବିହାର ଭବାନୀପାଟଣା ପକ୍ଷରୁ ଚଳିତବର୍ଷର ଯୁକ୍ତ ୩ କଳା ୟୁଜି ସେମିଷ୍ଟର ୬ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଇତିହାସ (ସମ୍ମାନ) ପରୀକ୍ଷାରେ କୋକସରା ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ଦୀପାରାଣୀ ନାଗ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେ ୬ ଗୋଟି ସେମିଷ୍ଟରରେ ସିଜିପିଏ ୮.୪୫ ମାର୍କ ରଖି ଏହି ସଫଳତା ପାଇଛନ୍ତି। ସେ ତାଙ୍କର ଏହି ସଫଳତା ପଛରେ ଡିଗ୍ରୀ ବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପରାଜ ମେହେର ସମେତ ଅଧ୍ୟାପକ ଅଧ୍ୟାପିକାଙ୍କ ପରିଶ୍ରମ ଓ ମା’ବାପାଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି। ଆଗକୁ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିବାବେଳେ ଇତିହାସ ବିଭାଗ ପାଇଁ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବା କହିଛନ୍ତି। ଦୀପାରାଣୀ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଁଲି ଗାଁର ସୁଧାଂଶୁ ନାଗ ଓ ଜ୍ୟୋତ୍ସ୍ନା ନାଗଙ୍କ ଝିଅ ଅଟନ୍ତି।