ଝିଅ ପାଇଲା ଛାଡପତ୍ର, ରାସ୍ତାରେ ନାଚିଲେ ବାପା
1 min read
ନୂଆଦିଲ୍ଲୀ: ଝିଅ ପାଇଲା ଛାଡପତ୍ର, ରାସ୍ତାରେ ନାଚିଲେ ବାପା। ଢ଼ୋଲ ବଜାଇଲେ,ମିଠା ଖୁଆଇଲେ। ବିରାଟ ପ୍ରୋସେସନ୍ କରି ଝିଅକୁ ପାଛୋଟି ଆଣିଲେ। କୋର୍ଟରୁ ଛାଡପତ୍ର ମିଳିବା ପରେ ନିଜ ଝିଅକୁ ଏମିତି କିଛି ସ୍ଵାଗତ କରିଛନ୍ତି ବାପା। ଏମିତି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମେରଠରେ। ଜଣେ ଅବସରପ୍ରାପ୍ତ ବିଚାରପତି ତାଙ୍କ ଝିଅକୁ ବିବାହ ବିଚ୍ଛେଦ ପରେ ଏକ ନୂତନ ଉପାୟରେ ଘରକୁ ସ୍ଵାଗତ କରିଛନ୍ତି। ଟି-ସାର୍ଟରେ ଫଟୋ ଲଗାଇ କଲେ ସ୍ବାଗତ । ମେରଠର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଝିଅର ବାପା ଜଣେ ଅବସରପ୍ରାପ୍ତ ବିଚାରପତି । ଟି-ସାର୍ଟରେ ଲେଖା ହୋଇଛି କି, ଆଇ ଲଭ୍ ମାଇଁ ଡଟର । ମୁଁ ମୋ ଝିଅକୁ ଭଲ ପାଏ। ଜଣେ ବାପାର ଝିଅ ପ୍ରତି ଥିବା ଭଲ ପାଇବା ଏଥିରେ ଦେଖିବାକୁ ମିଳିଛି । ମେରଠର ଶାସ୍ତ୍ରୀନଗର ଅଞ୍ଚଳରେ ଏହି ବିଚାରପତିଙ୍କ ଝିଅ ପ୍ରତିକ୍ଷାଙ୍କ ବିବାହ ହୋଇଥିଲା । ଜଣେ ମେଜରଙ୍କ ସହ ୨୦୧୮ ମସିହାରେ ତାଙ୍କର ବିବାହ ହୋଇଥିଲା । ସେମାନଙ୍କର ଗୋଟିଏ ସନ୍ତାନ ମଧ୍ୟ ରହିଛି । ବେଶ ହସଖୁସିରେ ତାଙ୍କ ପରିବାର ଚଳୁଥିଲା । ମାତ୍ର ଶାଶୂ ଘର ଲୋକେ ନିର୍ଯାତନା ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିଲା । ଆଉ ଏବେ ସେମାନଙ୍କର ଛାଡ଼ପତ୍ର ହୋଇଛି । ଝିଅର ଛାଡ଼ପତ୍ର ହେବା ପରେ ବାପା ଦୁଃଖ ନୁହେଁ ବରଂ ଖୁସିର ସହ ଝିଅକୁ ସ୍ବାଗତ କରିଛନ୍ତି । ତାଙ୍କ ବାପା କହିଛନ୍ତି କି, ଝିଅ କେବେ ମଧ୍ୟ ବୋଝ ନୁହେଁ । ଝିଅ ହେଉଛି ପରିବାରର ଏକ ଅଭିଚ୍ଛେଦ୍ୟ ଅଙ୍ଗ । ଆମେ ସମାଜକୁ ଏହି ବାର୍ତ୍ତା ଦେବାକୁ ଚାହୁଁଛୁ କି, ଝିଅ ପୁଅ ସହ ସମାନ । ଯେମିତି ଝିଅକୁ ଶାଶୁ ଘରକୁ ଛାଡ଼ିଥିଲି, ସେମିତି ଖୁସିରେ ଘରକୁ ସ୍ବାଗତ କରିଛି ।


