ଡାଲମିଆ ଭାରତର ପ୍ରୋଜେକ୍ଟ ଅନ୍ନଦାତା ଓଡ଼ିଶାରେ ୫,୦୦୦ରୁ ଅଧିକ କୃଷକଙ୍କ ଜୀବନରେ ଦୀର୍ଘସ୍ଥାୟୀ କୃଷି ଜରିଆରେ ରୂପାନ୍ତରଣ ଆଣୁଛି
1 min readସୁନ୍ଦରଗଡ: ଡାଲମିଆ ଭାରତ ଲିମିଟେଡର ଏକ ସହଯୋଗୀ କମ୍ପାନୀ ତଥା ଭାରତର ସିମେଣ୍ଟ ଶିଳ୍ପରେ ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସରେ ଏକ ଅଗ୍ରଣୀ ସଂସ୍ଥା ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ (ଡିସିବିଏଲ) ତାହାର ଦୀର୍ଘସ୍ଥାୟୀ କୃଷି ପ୍ରୟାସ ‘ପ୍ରୋଜେକ୍ଟ ଅନ୍ନଦାତା’ ଜରିଆରେ ଓଡ଼ିଶାର ଗ୍ରାମାଞ୍ଚଳରେ ଏକ ରୂପାନ୍ତରଣକାରୀ ପ୍ରଭାବ ପକାଉଛି । ପ୍ରାଥମିକ ଭାବରେ ୮୦୦ କୃଷକଙ୍କ ଉପରେ ଦୃଷ୍ଟିନିବଦ୍ଧ କରି ୨୦୨୩ରେ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପ ତ୍ୱରିତ ଭାବରେ ସମ୍ପ୍ରସାରିତ ହୋଇ ସୁନ୍ଦରଗଡ ଜିଲ୍ଲାର ୩୧ଟି ଗ୍ରାମରେ ୫,୦୦୦ରୁ ଅଧିକ କୃଷକଙ୍କ ନିକଟରେ ପହଞ୍ଚିପାରିଛି । ପ୍ରୋଜେକ୍ଟ ଅନ୍ନଦାତା ଗ୍ରାମୀଣ କୃଷକଙ୍କୁ ଉଚ୍ଚ ମାନର ଧାନ ବିହନ, ଗୋଷ୍ଠୀ ନେତୃତ୍ୱରେ ପରିଚାଳିତ ଶସ୍ୟବ୍ୟାଙ୍କ ସୁବିଧା ଯୋଗାଇଦେବା ସହିତ ଏକ ବିକଳ୍ପ ଇନ୍ଧନ ଉତ୍ସ ଭାବରେ ଫେରସ୍ତ କ୍ରୟ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କ ନିକଟରୁ ବର୍ଜ୍ୟ ନଡା କୁଟା ଆଦିକୁ ସଂଗ୍ରହ କରୁଛି । ଏହି ଗ୍ରହଣଯୋଗ୍ୟ ଆଭିମୁଖ୍ୟ କୃଷି ଉତ୍ପାଦିକତା ଏବଂ କୃଷକମାନଙ୍କର ଆୟ ବୃଦ୍ଧି କରିବା ସହିତ ଉଲ୍ଲେଖନୀୟ ଭାବରେ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣରେ ହ୍ରାସ ଘଟାଉଛି, ଏବଂ ଉଭୟ ଅର୍ଥନୈତିକ ଏବଂ ପରିବେଶଗତ ଦୃଢତା ନିର୍ମାଣରେ ସହାୟକ ହେଉଛି । ଏହି ପ୍ରୟାସକୁ ନିକଟରେ ମଧ୍ୟ ‘ବେଷ୍ଟ ସଷ୍ଟେନେବଲ ପ୍ରୋଜେକ୍ଟ ଅଫ ଦି ଇୟର ୨୦୨୩-୨୪’ (୨୦୨୩-୨୪ ବର୍ଷ ପାଇଁ ସର୍ବୋତ୍ତମ ଦୀର୍ଘସ୍ଥାୟୀ ପ୍ରକଳ୍ପ) ଭାବରେ ୟୁବିଏସ୍ ଫୋରମ ଦ୍ୱାରା ଆୟୋଜିତ ୪ର୍ଥ ସଷ୍ଟେନେବିଲିଟି ସମ୍ମିଟ ଆଣ୍ଡ ଆୱାର୍ଡସ୍ରେ ପୁରସ୍କୃତ କରାଯାଇଥିଲା ।
ଏହାର ପ୍ରଥମ ବର୍ଷରେ ପ୍ରୋଜେକ୍ଟ ଅନ୍ନଦାତା ଗ୍ରାମାଞ୍ଚଳ ସମୁଦାୟଙ୍କ ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି ଏବଂ ୧,୦୦୦ ପରିବାର ନିକଟରୁ ୪୦୦ ଟନ୍ରୁ ଅଧିକ ନଡା ସଂଗ୍ରହ କରିଛି । ଏହି ପ୍ରୟାସ କୃଷକମାନଙ୍କୁ ଅତିରିକ୍ତ ଆୟ ପ୍ରଦାନ କରିବା ସହିତ ନଡା ଜଳାଇବାକୁ ରୋକି ଏବଂ ତାହାକୁ ଡାଲମିଆ ସିମେଣ୍ଟର ବ୍ୟବସାୟିକ କାର୍ଯ୍ୟ ପରିଚାଳନା ନିମନ୍ତେ ପରିବେଶ ଅନୁକୂଳ ଇନ୍ଧନ ଭାବରେ ବ୍ୟବହାର କରି ବାୟୁ ପ୍ରଦୂଷଣ ହ୍ରାସ କରିଛି । ଉଚ୍ଚ ମାନର ବିହନ ଆବଣ୍ଟନ କରି ଏହି ପ୍ରୋଜେକ୍ଟ ମଧ୍ୟ କୃଷକମାନଙ୍କୁ ଏକର ପିଛା ୧୦ରୁ ୧୫ କ୍ୱିଣ୍ଟାଲ ଅଧବକ ଧାନ ଉତ୍ପାଦନ କରିବା ଦିଗରେ ସମର୍ଥ କରାଇଛି, ଯାହା ସେମାନଙ୍କର ଖାଦ୍ୟ ନିରାପତ୍ତା ଏବଂ ଆୟ ସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇଛି । କୃଷକମାନେ ସେମାନଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଲକ୍ଷ୍ୟ କରିଛନ୍ତି ଏବଂ ସେମାନଙ୍କର ମୋଟ ଆୟରେ ମାସିକ ହାରାହାରି ୫,୩୦୦ ଟଙ୍କା ଯୋଗ ହେଉଛି ।
ଏହି ପ୍ରୟାସର ସଫଳତା ସମ୍ପର୍କରେ ପ୍ରକାଶ କରି ଚେତନ ଶ୍ରୀବାସ୍ତବ, ଏକ୍ଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ ଏବଂ ୟୁନିଟ ହେଡ ରାଜଗାଙ୍ଗପୁର କହିଛନ୍ତି, “ପ୍ରୋଜେକ୍ଟ ଅନ୍ନଦାତା ଡାଲମିଆ ସିମେଣ୍ଟର ଦୀର୍ଘସ୍ଥାୟୀ ଅଭିବୃଦ୍ଧି ଦୂରଦୃଷ୍ଟିର ପ୍ରତିନିଧିତ୍ୱ କରୁଛି- ଯେଉଁଠାରେ ଅର୍ଥନୈତିକ ପ୍ରଗତି ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ନେତୃତ୍ୱ ଏକ ସମୟରେ କାର୍ଯ୍ୟକାରୀ କରାଯାଉଛି । ଏହି ଅଞ୍ଚଳର ଅନେକ କୃଷକ ନିମ୍ନ ଉତ୍ପାଦିକତା, ସମ୍ବଳର ସୀମିତ ସୁଯୋଗ ଏବଂ ଦୀର୍ଘସ୍ଥାୟୀ କୃଷି ଅଭ୍ୟାସ ସମ୍ପର୍କରେ ସଚେତନତାର ଅଭାବ ଆଦିକୁ ନେଇ ସମସ୍ୟାରେ ରହିଥିଲେ । ଏହି ପ୍ରୟାସ ସେମାନଙ୍କର ଜୀବନକୁ କେବଳ ସୁଦୃଢ କରୁନାହିଁ, ତାହାସହିତ ଉକ୍ତ ଅଞ୍ଚଳର ଖାଦ୍ୟ ନିରାପତ୍ତା ଏବଂ ପରିବେଶଗତ ଦୃଢତା ପ୍ରତି ମଧ୍ୟ ଅବଦାନ ରଖୁଛି । ଗୋଟିଏ ବର୍ଷରେ ଆମେ ଯାହା ହାସଲ କରିପାରିଛୁ ତାହାକୁ ନେଇ ଆମେ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛୁ ଏବଂ ଦାୟିତ୍ୱସମ୍ପନ୍ନ ବ୍ୟବସାୟ ପରିଚାଳନା ଅଭ୍ୟାସରେ ନୂତନ ମାନକ ସ୍ଥାପନ ପ୍ରୟାସ ଜାରି ରଖିବାକୁ ଆଗ୍ରହ ରଖୁଛୁ ।”
ପ୍ରୋଜେକ୍ଟ ଅନ୍ନଦାତା ଜରିଆରେ ଡାଲମିଆ ଭାରତ ଗ୍ରାମାଞ୍ଚଳ କୃଷି କ୍ଷେତ୍ର ସମ୍ମୁଖୀନ ହେଉଥିବା ମୁଖ୍ୟ ମୁଖ୍ୟ ଚାଲେଞ୍ଜଗୁଡିକ ପ୍ରତି ସଫଳତାର ସହିତ ଦୃଷ୍ଟି ଦେଇଛି ଏବଂ ସେହି ସମୟରେ କୃଷକମାନଙ୍କର ଜୀବିକାରେ ଉନ୍ନତି ଆଣିଛି । ଏକାଧିକ ଜାତିସଂଘ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ମୁତାବକ ଏହି ପ୍ରୋଜେକ୍ଟ ବୈଶ୍ୱିକ ଦୀର୍ଘସ୍ଥାୟିତା ପ୍ରତି ଅବଦାନ ରଖୁଛି ଏବଂ ଭାରତରେ ଗ୍ରାମାଞ୍ଚଳ ବିକାଶ ନିମନ୍ତେ ଏକ ରୂପାନ୍ତରଣକାରୀ ମଡେଲ ଭାବରେ କାର୍ଯ୍ୟ କରୁଛି ।