ଆସନ୍ତାକାଲି କଟକ ବନ୍ଦ ଥିବା ବେଳେ ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ତୀବ୍ର ଉତ୍ତେଜନା
1 min read
କଟକ: ଦିନକୁ ପୂର୍ବରୁ ଐତିହାସିକ କଟକ ସହରରେ ଘଟିଥିବା ଘଟଣା ନେଇ ଏଠାରେ ପରିସ୍ଥିତି ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ କଟକ ସହର ଭିତରେ ଜଣେ ଡିଏସ୍ପିଙ୍କୁ ମାଡ଼ ମରାଯାଇଛି। ଶାନ୍ତିର ସହର କଟକରେ ପୋଡ଼ାଜଳା ହୋଇଥିବା ବେଳେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ପରିସ୍ଥିତି ଅଣାୟତ୍ତ ହେବାକୁ ଉତ୍ତେଜନାକାରୀମାନଙ୍କ ଉପରେ ପୁଲିସ ଲୁହବୁହା ଗ୍ୟାସ ଛାଡ଼ିଥିବା ବେଳେ ଆବଶ୍ୟକ ସ୍ଥଳରେ ଲାଠିଚାଳନା ମଧ୍ୟ କରିଛି।
ଆସନ୍ତାକାଲି କଟକ ବନ୍ଦ ଥିବା ବେଳେ ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ତୀବ୍ର ଉତ୍ତେଜନା ଦେଖାଯାଇଛି। ସହରର ଗୌରୀଶଙ୍କର ପାର୍କ ଠାରୁ ଗଙ୍ଗାମନ୍ଦିର ରାସ୍ତାରେ ପରିସ୍ଥିତି ବିଗିଡ଼ିଛି। ବକ୍ସଡ୍ରେନ୍ ରାସ୍ତାରୁ ଚୌଧୁରୀ ବାଜର ପର୍ଯ୍ୟନ୍ତ ପରିସ୍ଥିତି ଭୟାବହ ରହିଛି। ମୁକାବିଲା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛନ୍ତି।
କଟକ ସହରରେ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଅଞ୍ଚଳରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି, ଯାହା ହିଂସାତ୍ମକ ଘଟଣା ଘଟାଇଛି। ଇଣ୍ଟରନେଟର ଅପବ୍ୟବହାର ଦ୍ୱାରା ସାମ୍ପ୍ରଦାୟିକ ହିଂସା ପ୍ରସାରଣ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ଏବଂ ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଫଳରେ ସାର୍ବଜନୀନ ଶୃଙ୍ଖଳା ଏବଂ ଶାନ୍ତି ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି।