ରାଜ୍ୟ ସରକାରଙ୍କୁ ସମାଲୋଚନା
1 min read
ଭୁବନେଶ୍ୱର : ସାମାଜିକ ଗଣମାଧ୍ୟମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଲୋକଙ୍କ ସ୍ୱର ଉଠାଇ ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା। ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଉପରେ ସର୍ବସମ୍ମୁଖରେ ସରକାରୀ କାର୍ଯ୍ୟାଳୟ ଭିତରେ ହୋଇଥିବା ଅକଥନୀୟ ଅତ୍ୟାଚାର ଗଣତନ୍ତ୍ର ରାଷ୍ଟ୍ରରେ କଦାପି ଶୋଭନୀୟ ନୁହେଁ। ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ପାଇଁ ବିଜେପି ସରକାର ସବୁ ସ୍ତରରେ କରୁଥିବା ହୀନ ଉଦ୍ୟମ ଜଳଜଳ ଦେଖାଯାଉଛି।
‘ନାରୀ ଶକ୍ତି ବନ୍ଦନ’ କହି ବଡ଼ ବଡ଼ କଥା କହୁଥିବା ବିଜେପିର ଏହା କ’ଣ ନାରୀଙ୍କୁ ସମ୍ମାନ? ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଗଣତନ୍ତ୍ରର ଗରିମା ଓ ମହିଳାଙ୍କ ସ୍ୱାଭିମାନର ସୁରକ୍ଷା ସୁନିଶ୍ଚିତ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।
ଏହାର ଜବାବରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ନାରୀ ସୁରକ୍ଷା ଉପରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ସଇତାନର ବେଦପାଠ ସଦୃଶ। ତାଙ୍କ ସରକାର ସମୟରେ କଳିଙ୍ଗ ନଗରରେ ନିରୀହ ଆଦିବାସୀ ମହିଳାଙ୍କ ଉପରେ ଅକଥନୀୟ ଓ ଅମାନବୀୟ ଅତ୍ୟାଚାର ରାଜ୍ୟବାସୀ ଭୁଲି ନାହାନ୍ତି। ଇତିଶ୍ରୀ, କୁନ୍ଦୁଲି ପୀଡ଼ିତା, ବେବିନା, ମାଧବୀଲତା ଓ ପିଇଓ ସ୍ମିତାରାଣୀ ଭଳି ଅନେକ ଘଟଣାର ମୂକସାକ୍ଷୀ ସ୍ବୟଂ ନବୀନ ବାବୁ। ନାରୀ ସୁରକ୍ଷା ଆଳରେ ଏଭଳି ହୀନ ରାଜନୀତି କଲେ ଓଡ଼ିଶାବାସୀ ତାଙ୍କ ପ୍ରତି ଆଉ ଆସ୍ଥା ପ୍ରକଟ କରିବେ ନା


