ଷ୍ଟାରୟୁଥ କ୍ଲବ ଚଷାଖଣ୍ଡ ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ଯାପିତ
1 min read
ଡେରାବିଶ : ଚଷାଖଣ୍ଡ ଗ୍ରାମର ଷ୍ଟାରୟୁଥ କ୍ଲବ ଆନୁକୂଲ୍ୟରେ ଏକ ସୌହାଦ୍ଧ୍ୟପୂର୍ଣ୍ଣ ମ୍ୟାଚ ଚଷାଖଣ୍ଡସ୍ଥିତ ଖେଳ ପଡିଆ ଠାରେ ତିନିଦିନ ବ୍ୟାପି କ୍ରିକେଟ୍ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିଲା । ଏହି ମ୍ୟାଚରେ ୮ଟି ଟିମ ଖେଳିଥିଲେ । ଅନୁଷ୍ଠିତ ମ୍ୟାଚକୁ ତିନିଦିନ ବ୍ୟାପି ପ୍ରବଳ ଜନସମର୍ଥନ ମିଳିଥିଲା । ପ୍ରବଳ ରୌଦ୍ର ତାପ ପାଇଁ ଦର୍ଶକମାନଙ୍କ ପାଇଁ ଦହିପାଣିର ବ୍ୟବସ୍ଥା କରାଯାଇଥିଲା । ଶେଷ ମ୍ୟାଚ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଟିଏ ସେମିଫାଇନାଲ ଓ ଫାଇନାଲ ମ୍ୟାଚ କରାଯାଇଥିଲା । ଫାଇନାଲକୁ ବାରବାଟି ଓ ତିଲକଣା ଟିମ ଯାଇଥିବା ବେଳେ ବାରବାଟି ଟିମ ବିଜୟର ମୁକୁଟ ପିନ୍ଧିଥିଲା । ଉଚ୍ଚ କୋଟିର ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପାଇଁ ବାରବାଟି ଟିମ୍ ମ୍ୟାଚଟିକୁ ଜିତିପାରିଥିଲେ । ଡେରାବିଶ ପଂଚାୟତର ସମାଜସେବୀ ସଞ୍ଜୟ କୁମାର ସାହୁ, ପ୍ରମୋଦ କୁମାର କର ଉପସ୍ଥିତ ରହିଥିଲେ । ବିଜେତା ଦଳକୁ ଶ୍ରୀ ସାହୁ ଓ ଶ୍ରୀ କର ଟ୍ରଫି ସହ ଟ.୨୫୦୦/-କ୍ୟାଶ ପ୍ରଦାନ କରିଥିବା ବେଳେ ପରାଜିତ ଦଳକୁ ଟ୍ରଫି ସହ ଟ.୨୦୦୦/-କ୍ୟାଶ ପ୍ରଦାନ କରିଥିଲେ । ଅଂଚଳର ସମାଜସେବୀ ଦୀପ୍ତି ରଞ୍ଜନ କର, ଗିରିଶ ଚନ୍ଦ୍ର କର, ମାନସ କୁମାର କର, ସାମ୍ବାଦିକ ଦିପକ କୁମାର କର, ଭାଷ୍ୟକାର ସୁଧାକର ସାହୁ, ରମେଶ ଚନ୍ଦ୍ର ସେଠୀ, ସୌମ୍ୟ ରଞ୍ଜନ ସେଠୀ, ଦୀପ୍ତିପ୍ରକା ସେଠୀ, ଜୟ ପ୍ରକାଶ ସେଠୀ, ସ୍ମୃତି ରଞ୍ଜନ ସେଠୀ, ବିଶ୍ୱ ରଞ୍ଜନ ସେଠୀ, ଚିତ ରଞ୍ଜନ ସେଠୀ, ଚନ୍ଦନ କୁମାର ସେଠୀ, ସନ୍ତୋଷ କୁମାର ସେଠୀ, ଜନ୍ମଞ୍ଜୟ ସେଠୀ, ଓମ୍ ପ୍ରକାଶ ସେଠୀ, ସନାତନ କାଣ୍ଡି ପ୍ରମୂଖ ଉକ୍ତ ଉଦଯାପନୀ ସଭାରେ ଯୋଗଦେଇଥିଲେ ।


