ଘାଟିରେ ଓଲଟିଲା କ୍ରେନ୍ : ଡ୍ରାଇଭର ମୃତ, ହେଲପର୍ ଗୁରୁତର
1 min read
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ କୁକୁଡାଧର ଘାଟିରେ ଓଲଟିଲା କ୍ରେନ୍। ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁବରଣ କରିଥିବାବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ମୃତକ ଅନୁଗୁଳ ଜିଲ୍ଲା ବଡକେର ଅଞ୍ଚଳର ମିଥୁନ ବେହେରା ବୋଲି ଜଣାପଡିଛି। ସୂଚନା ଅନୁସାରେ ଡ୍ରାଇଭର ମିଥୁନ ବେହେରା ଏବଂ ହେଲପର ଟୁଟୁ ସାହୁ ଏକ କ୍ରେନ୍ ରେ ବସି କୁକୁଡାଧର ଘାଟି ଦେଇ ଯାଉଥିବାବେଳେ ଗାଡିଟି ଓଲଟି ପଡିଥିଲା। ଫଳରେ ଦୁର୍ଘଟଣାରେ ମିଥୁନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହେଲପର ଟୁଟୁ ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।