୪୩୦୦ ଟପିଲା କରୋନା
1 min read
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଗୁଜରାଟ, ଜୟପୁର, ପଶ୍ଚିମବଙ୍ଗ ସମେତ ହରିୟାଣାରେ ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୦୨ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଶିବସେନା ମଧ୍ୟ କରୋନା ପଜିଟିଜ ଚିହ୍ନଟ ହୋଇଛନ୍ତି । ଜୟପୁରରେ ଗୋଟିଏ ଦିନରେ ୩ଟି ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଏବେ ମୋଟ ୧୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ହରିୟାଣାରେ ୧୬ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଠାରେ ୫୧ରେ ପହଞ୍ଚିଛି ଆକ୍ଟଭ କେସ୍ । ଦେଶରେ ମୋଟ ୩୭ଜଣଙ୍କ ଜୀବନ ନେଲା କରୋନା ଭାଇରସ୍ ।