November 12, 2025

ଅସହାୟ ମହିଳା ଙ୍କୁ ଅସଦଆଚରଣ ଘଟଣାରେ କନେଷ୍ଟବଳ ଅଜୟ ସାହୁ ମାର୍ଶାଘାଇ ପୋଲିସ ଦ୍ୱାରା ଗିରଫ ସହ କୋର୍ଟ ଚାଲାଣ

1 min read

କେନ୍ଦ୍ରାପଡ଼ା -୧୨/୧୧– ମାର୍ଶାଘାଇ ଥାନା କଷଟିବାଲି ଅଞ୍ଚଳର ଅସହାୟ ମହିଳା ଜୟସ୍ମିତା ଙ୍କୁ କନେଷ୍ଟବଳ ଅଜୟ ସାହୁ ଙ୍କ ଅସଦଆଚରଣ ଘଟଣା ରେ ଆକ୍ସନ ମୋଡ଼ କୁ ଆସିଛି ମାର୍ଶାଘାଇ ପୋଲିସ I ଆଜି ମାର୍ଶାଘାଇ ପୋଲିସ ଅଭିଯୁକ୍ତ କନେଷ୍ଟବଳ ଅଜୟ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ତଥ୍ୟ ଅନୁଯାଇ ମହିଳା ଜଣକ ୨୩/୮/୨୦୨୫ ରେ କନେଷ୍ଟବଳ ଅଜୟ ସାହୁ ଙ୍କ ନାଁ ରେ ଅସଦଆଚରଣ କୁ ନେଇ ଏକ FIR ଦାୟର କରିଥିଲେ I ମାର୍ଶାଘାଇ ପୋଲିସ FIR କୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲେ I ସମସ୍ତ ତଥ୍ୟ ପ୍ରମାଣ କୁ ସଂଗ୍ରହ କରି ଶେଷରେ ମାର୍ଶାଘାଇ ପୋଲିସ ଅଭିଯୁକ୍ତ କନେଷ୍ଟବଳ ଅଜୟ ସାହୁ ଙ୍କୁ କେଶ ନମ୍ବର ୨୫୩/୨୫ ରେ ଗିରଫ କରିବା ସହ ଭାରତୀୟ ନ୍ୟାୟ ସହିତ ଦଫା ୭୪,୭୫,୭୬,୭୮,୭୯,୧୨୬(୨),୨୯୬,୩୫୧ (୩) ରେ କୋର୍ଟ ଚାଲାଣ କରିଥିବା ନେଇ ମାର୍ଶାଘାଇ ଥାନ ଅଧିକରି ଶ୍ରୀଯୁକ୍ତ ତପନ ନାୟକ ସୂଚନା ଦେଇଛନ୍ତି I ମାର୍ଶାଘାଇ ଥାନା ଅଧିକାରୀ ଙ୍କ ଏହିଭଳି ନିରପେକ୍ଷ ତଦନ୍ତ କୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ବେଶ ଆଦୃତ ଏବଂ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି I