March 12, 2026

କଲେଜ ଛାତ୍ରଛାତ୍ରୀ ଶିଖିବେ ସାଇବର ସୁରକ୍ଷା

1 min read

ଭୁବନେଶ୍ୱର: ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ବିଷୟରେ ସଚେତନ କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି।

ଅକ୍ଟୋବର ୧୮ ତାରିଖରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଏହି ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚାଲିବ। ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ଶିକ୍ଷା ଦିଆଯିବା ସହ ବ୍ଲକ, ଜିଲ୍ଲା, ରେଞ୍ଜ ଏବଂ ରାଜ୍ୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ।