June 12, 2026

ଫୁଟ୍‌ବଲ ବିଶ୍ବକପ୍‌ର ଉଦ୍‌ଘାଟନ ମ୍ୟାଚ୍‌ରେ ସହ ଆୟୋଜକ ମେକ୍ସିକୋ ୨-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି

1 min read

ମେକ୍ସିକୋ ସିଟି: ଗୁରୁବାର ଫିଫା ଫୁଟ୍‌ବଲ ବିଶ୍ବକପ୍‌ର ଉଦ୍‌ଘାଟନ ମ୍ୟାଚ୍‌ରେ ସହ ଆୟୋଜକ ମେକ୍ସିକୋ ୨-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ଗ୍ରୁପ୍ ‘ଏ’ର ମ୍ୟାଚ୍‌ରେ ମେକ୍ସିକୋ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ୨ଟି ଗୋଲ୍‌ ଦେଇଥିଲା। ମେକ୍ସିକୋ ପାଇଁ ପ୍ରଥମାର୍ଦ୍ଧରେ ଜୁଲିଆନ୍‌ କ୍ବିନୋନେସ୍‌ ଏବଂ ଦ୍ବିତୀୟାର୍ଦ୍ଧରେ ରାଉଲ ଜିମେନେଜ୍‌ ଗୋଲ୍‌ ଦେଇଥିଲେ। ୨ଟି ରେଡ୍‌କାର୍ଡ ଯୋଗୁଁ ଦ୍ବିତୀୟାର୍ଦ୍ଧରେ ୧୦ ଜଣଙ୍କୁ ନେଇ ଖେଳିଥିଲା ଦକ୍ଷିଣ ଆଫ୍ରିକା।ଐତିହାସିକ ଆଜ୍‌ଟେକା ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ରେ ଫିଫା ମାନ୍ୟତାର ୧୫ଶ ସ୍ଥାନରେ ଥିବା ମେକ୍ସିକୋ ୬୦ ମାନ୍ୟତାପ୍ରାପ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ପୂର୍ବରୁ ଦୁଇ ଥର ବିଶ୍ବକପ୍‌ର କ୍ବାର୍ଟରଫାଇନାଲ ଖେଳିଥିବା ମେକ୍ସିକୋ ୫ମ ମିନିଟରେ ପ୍ରଥମ ଗୋଲ୍‌ଦେବାର ସୁଯୋଗ ପାଇଥିଲା