ଚିଲିକା ହ୍ରଦର ହେବ ପୁନରୁଦ୍ଧାର
1 min read
ଭୁବନେଶ୍ୱର: ଚିଲିକା ହ୍ରଦର ହେବ ପୁନରୁଦ୍ଧାର । ଏନେଇ ଡ଼ିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜୈବ ବିବିଧତା ଓ ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ ।
ଚିଲିକା ହ୍ରଦକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଶେଷକରି ଜୈବ ବିବିଧତା ଓ ହ୍ରଦର ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଚିଲିକା ହ୍ରଦର ପୁନରୁଦ୍ଧାର ନିଷ୍ପତ୍ତି ନିଆଯାଇଛି । ପୁନରୁଦ୍ଧାର ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଆଇଆଇଟି ଚେନ୍ନଇକୁ ଡିପିଆର ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି ।
ଦୀର୍ଘଦିନ ଧରି ମୁହାଣ ପୋତିହେବା କାରଣରୁ ପାଣି ଠିକ ଭାବେ ସମୁଦ୍ରକୁ ଯାଇ ପାରୁନାହିଁ । ଅନୁରୂପ ଭାବେ ସମୁଦ୍ରପାଣି ମଧ୍ୟ ହ୍ରଦ ମଧ୍ୟକୁ ପ୍ରବେଶ କରି ପାରୁନାହିଁ । ଚିଲିକା ଜଳର କ୍ଷାରୀୟତା ମଧ୍ୟ ନଷ୍ଟ ହେଉଛି ଏବଂ ଜୈବ ବିବିଧତା ସନ୍ତୁଳନ ରହୁନାହିଁ


