March 7, 2026

ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ମାମଲା

1 min read

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଅଞ୍ଚଳ‌ରେ ଘଟିଥିବା ଶିଶୁକନ୍ୟା (୫ ବର୍ଷ)କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଗିରଫ ଅଭିଯୁକ୍ତକୁ ପୁଲିସ ଶନିବାର କୋର୍ଟ ଚାଲାଣ କରିଛି। କୋର୍ଟ ଜାମିନ ନାମଞ୍ଜୁର କରିବା ପରେ ତାକୁ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି। ୫ ତାରିଖ ଅପରାହ୍ନରେ ଶିଶୁକନ୍ୟାଟି ଘରେ ଏକା ଥିବା ସମୟରେ ସଂପୃକ୍ତ ଗ୍ରାମର ଅଭିଯୁକ୍ତ ଯୁବକ ଜଣକ ତାକୁ ଗାଁ ପାଖ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ପଡ଼ା ଲୋକେ ଦେଖିପାରି ଗୋଡ଼ାଇବା ପରେ ଅଭିଯୁକ୍ତ ଦୌଡ଼ି ପଳାଇଥିଲା। ପରିବାର ଲୋକଙ୍କ ଏତଲା ପରେ ପୁଲିସ ଯୌନ ନିର୍ଯାତନାରୁ ଶିଶୁଙ୍କୁ ସୁରକ୍ଷା ଆଇନ (ପକ୍ସୋ)ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା।