February 14, 2026

ଆସନ୍ତା ୩୦ ତାରିଖ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଥୁରା ନଗରୀକୁ ପହଞ୍ଚିବେ

1 min read


ବରଗଡ଼: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର ହୋଇପଡ଼ୁଛି । ଏହି ମହୋତ୍ସବ ଦେଖିବା ପାଇଁ ଆସନ୍ତା ୩୦ ତାରିଖ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଥୁରା ନଗରୀକୁ ପହଞ୍ଚିବେ। ରବିବାର ବରଗଡ଼ ଧନୁଯାତ୍ରା ମହୋତ୍ସବ ରାଜ ଦରବାରରେ ରାଜ ଅତିଥିଭାବେ ଯୋଗଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି ସୂଚନା ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ଏହି ସୂଚନା ଦେବା ପରେ କଂସ ମହାରାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନୁଯାତ୍ରା ଅଭିନନ୍ଦନ ଜଣାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।