June 27, 2025

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶହୀଦ ବାଜି ରାଉତଙ୍କ ଜୟନ୍ତୀକୁ ଏଣିକି ସରକାରୀସ୍ତରରେ ପାଳନ କରାଯିବ। ଓଡ଼ିଶାର ସର୍ବକନିଷ୍ଠ ବରପୁତ୍ରଙ୍କୁ ସମ୍ମାନ ଜଣାଇବା ପାଇଁ ରାଜ୍ୟସ୍ତରୀୟ ବାଜି ରାଉତ ଜୟନ୍ତୀ ପାଳନ କରାଯିବ। ଦେଶ ତଥା ରାଜ୍ୟ ପାଇଁ ତାଙ୍କ ତ୍ୟାଗ, ବଳିଦାନ, ସଂଘର୍ଷକୁ ସମ୍ମାନ ଜଣାଇବା ପାଇଁ କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।