January 24, 2026

କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍‌ଘାଟିତ କଲେ ମୁଖ୍ୟମନ୍ତ୍ରୀ

1 min read

ଜି.ଉଦୟଗିରି: କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ଅତ୍ୟଧିକ ଦୁର୍ଘଟଣା ଯୋଗୁ ବହୁ ସଂଖ୍ୟକ ଲୋକେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣା ଏଡ଼ାଇବା ନିମନ୍ତେ କିଛି ପଦକ୍ଷେପ ନେବା ପାଇଁ ସରକାରଙ୍କ ନିକଟରେ ଅଞ୍ଚଳବାସୀଙ୍କ ତରଫରୁ ବହୁବାର ଦାବି ହୋଇଥିଲା। ଏହାକୁ ନଜରରେ ରଖି କଳିଙ୍ଗା ଘାଟିରେ ଗାଡି ଚାଳକମାନଙ୍କୁ ସତର୍କ କରାଇବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ସତର୍କ ସୂଚନା ଘଣ୍ଟିର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ବ୍ୟବସ୍ଥାରେ ଘାଟିର ଉଭୟ ପଟୁ ଗାଡି ଆସୁଥିଲେ ସାଇରନ ବାଜି ସତର୍କ କରାଇବ। ଏହା ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି। ଏହା ସୌର ବିଦ୍ୟୁତ୍‌ ଚାଳିତ ସହ ନିଜେ ପରିଚାଳିତ ହେବ। ଯାହା ଫଳରେ ୪ ଫୁଟ ଉଚ୍ଚତାରେ ସେନ୍ସର ଓ କ୍ୟାମେରା ଆଲର୍ଟ କରିବ । ଏହା ସେନ୍ସର୍‌ ମେଶିନ ଦୁର୍ଘଟଣା ଘଟୁଥିବା ସ୍ଥାନମାନଙ୍କରେ ଚାଳକମାନଙ୍କୁ ସତର୍କ କରିବା ସହ ଗାଡ଼ି ଚଳେଇବା ନିମନ୍ତେ ସୂଚନା ଦେବ । ଦୁର୍ଘଟଣା ପ୍ରବଣ ସ୍ଥାନର ଉଭୟ ପାର୍ଶରେ ଉକ୍ତ ଲାଗିବ ଯାହା ଗୋଟିଏ ପାଶର୍‌ବରେ ଗାଡ଼ି ଆସିଲେ ବିପରୀତ ପାର୍ଶରେ ନାଲି ବତି ଜଳି ହର୍ଣ୍ଣ ବାଜିବ। ଯାହା ଫଳରେ ଅନ୍ୟ ପାର୍ଶରୁ ଆସୁଥିବା ଗାଡ଼ିକୁ ସୂଚନା ଦେବ। ଏହି ଭେଇକାଲ ସେନ୍ସର୍‌ ଆଲର୍ଟ ଯନ୍ତ୍ର ରାଜ୍ୟରେ ପ୍ରଥମ ଥର କଳିଙ୍ଗା ଘାଟିରେ ଲାଗିଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆସନ୍ତାଦିନ ମାନଙ୍କରେ ଅନ୍ୟ ଦୁର୍ଘଟଣା ପ୍ରବଣ ସ୍ଥାନ ମାନଙ୍କରେ ଲଗାଯିବ ବୋଲି ସୂଚନା ଦେଇଛନ୍ତି।