ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
1 min read
ଭୁବନେଶ୍ବର: ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ଏହି ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ଏହି ନୂତନ ବର୍ଷ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ଏବଂ ଆମ ସଂସ୍କୃତି ଓ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ଆହୁରି ଗୌରବାନ୍ୱିତ କରିବା ପାଇଁ ଆମକୁ ନୂତନ ଶକ୍ତି ପ୍ରଦାନ କରୁ।


