December 29, 2025

ଦିଲ୍ଲୀ ଫେରିଗଲେ ମୁଖ୍ୟ ନିର୍ବାଚନ କମିଶନର

1 min read

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଦିଲ୍ଲୀ ଫେରି ଯାଇଛନ୍ତି । ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ଶୁଣିବା ପରେ ସେ ତୁରନ୍ତ ଦିଲ୍ଲୀ ଫେରି ଯାଇଛନ୍ତି । ଫଳରେ ଆଜି ହେବାକୁ ଥିବା ତୃତୀୟ ଦିନର ବୁଥ୍‌ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ସମେତ ଅନ୍ୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ରବିବାର ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯାଇଛନ୍ତି । ଜରୁରୀକାଳୀନ ଭିତ୍ତିରେ ପ୍ରତ୍ୟାବର୍ତ୍ତନ କରୁଥିବା ହେତୁ ଦୁଃଖପ୍ରକାଶ କରିବା ସହିତ ଓଡ଼ିଶାର କଳା, ସ୍ଥାପତ୍ୟ, ଆତିଥ୍ୟ, ପ୍ରାକୃତିକ ବିଭବ ତାଙ୍କୁ ବହୁତ ପ୍ରଭାବିତ କରିଛି ବୋଲି ଜ୍ଞାନେଶ କୁମାର କହିଛନ୍ତି । ସେ ପୁଣି ଥରେ ନିଶ୍ଚିତଭାବରେ ଓଡ଼ିଶା ଆସିବେ ବୋଲି କହିଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ପ୍ରଥମେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।