June 27, 2025

ଗଛରେ ପିଟି ହେଲା କାର୍‌

1 min read

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ରାଂସୋଳ-ମହୁଲଖାଲ ଜାତୀୟ ରାଜପଥରେ ଅଭାବନୀୟ ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ କାଦୁଆବନ୍ଦୀ ଗାଁର ବିଶ୍ଵନାଥ ମହାନ୍ତ ଏବଂ ମହଲଖାଲ ଗାଁର ସଞ୍ଜୟ ମହାନ୍ତ ବୋଲି ଜଣାପଡିଛି। ଆଜି ସକାଳେ ୫ ଜଣ ବ୍ୟକ୍ତି କାରରେ କେଉଁଆଡେ ଯାଉଥିବାବେଳେ ଭାରସାମ୍ୟ ହରାଇ କାରଟି ଏକ ଗଛରେ ପିଟି ହୋଇଯାଇଛି। ୩ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।