June 1, 2026

ଜଳିଗଲା କାର୍, ଛିଣ୍ଡିଗଲା ଯୁବକଙ୍କ ହାତ

1 min read

ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ଟାଉନ ଥାନା ସମ୍ମୁଖରେ ଏକ ଏରଟିଗା କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଛାରଖାର ହୋଇ ଯାଇଛି। ଗାଡ଼ି ଚାଳକଙ୍କୁ ନିଆଁ ଭିତରୁ ପୁଲିସ ଟାଣି ବାହାର କରିଥିବାବେଳେ ଦୁର୍ଘଟଣାରେ ତାଙ୍କ ହାତ ଛିଣ୍ଡି ଯାଇଛି। ଆହତ ଯୁବକ ହେଲେ ଲେଫ୍ରିପଡ଼ା ଥାନା ଗିରିଙ୍ଗକେଲାର ସୀତାରାମ ଓରଫ ବିଲୁ ଭୋଇ। ସେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ ଅସୁସ୍ଥ ବାପା ଘିନୁ ଭୋଇଙ୍କୁ ଭର୍ତ୍ତି କରି ଦ୍ରୁତଗତିରେ ଫେରୁଥିବାବେଳେ ଟାଉନ ଥାନା ସମ୍ମୁଖ ହମ୍ସରେ ଡିଆଁ ମାରି ଡିଭାଇଡରରେ ପିଟି ହୋଇ ରାସ୍ତା ପାର୍ଶ୍ବ ଲୁହା ବ୍ଯାରିକେଡରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁ ଦେଖୁ ଗାଡ଼ିରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଯାଇଥିଲା।