କାର୍-ଅଟୋ ମୁହାଁମୁହିଁ
1 min read
ମୋହନା: ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଗୁଣ୍ଡିମା ଛକ ନିକଟରେ ଏକ କାର୍ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଅଟୋରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ଦ୍ୱାରା ୧୦୮ ସହାୟତାରେ ସେମାନଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି।
ଅନ୍ୟପକ୍ଷରେ କାର୍ରେ ଥିବା ୫ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଅଡ଼ବା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଟୋଟି ମୋହନାରୁ ଅଡ଼ବା ଯାଉଥିବା ବେଳେ କାର୍ଟି ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିଲା। ଗୁଣ୍ଡିମା ଛକ ନିକଟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଅଡ଼ବା ଥାନାଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।