ଗିରଫ ହେଲେ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁ
1 min read
ବଣାଇ: ଗିରଫ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଭୁବନେଶ୍ଵର, ପୁରୀ, ବାଲେଶ୍ଵର, ଯାଜପୁର ଓ ବଣାଇ ଆଦି ବିଶ୍ଵଦର୍ଶୀ ସାହୁଙ୍କ ୭ଟି ଠିକଣା ଉପରେ ଗୁରୁବାର ଦିନ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବିଶ୍ଵଦର୍ଶୀଙ୍କ ଘରୁ ୧୫୦ ଗ୍ରାମର ସୁନା ଅଳଙ୍କାର, ନଗଦ ୨ ଲକ୍ଷ ୫ ହଜାର ଟଙ୍କା, ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର, ଦାମୀ କାର ଓ ୪ଟି ବାଇକ୍, ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟାଲରେ ଜମା ଠାବ କରାଯାଇଥିଲା।
ଚଢ଼ଉ ବେଳେ ତାଙ୍କର ୯ଟି ପ୍ଲଟ ଠାବ ହୋଇଛି। ସେଥିମଧ୍ୟରୁ ଭୁବନେଶ୍ଵରରେ ୭ଟି, ପୁରୀ ଓ ଖୋର୍ଦ୍ଧାରେ ଗୋଟିଏ ଲେଖାଏଁ ରହିଛି। ଏହା ସହ ଭୁବନେଶ୍ଵରରେ ଗୋଟିଏ ବହୁତଳ କୋଠା ଏବଂ ଦୁଇଟି ଫ୍ଲାଟ ରହିଛି। ଜବତ ସମ୍ପତ୍ତି ସମ୍ପର୍କରେ ବିଶ୍ଵଦର୍ଶୀ ସାହୁ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି।