ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ କାରବାରରେ ବିଶେଷ ମାନ୍ଦା ସ୍ଥିତି ଦେଖାଯାଇଛି
1 min read
ମୁମ୍ବାଇ: ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ କାରବାରରେ ବିଶେଷ ମାନ୍ଦା ସ୍ଥିତି ଦେଖାଯାଇଛି। ଆଜିର କାରବାରରେ ସେନ୍ସେକ୍ସ ୧୨୩୬.୧୧ ପଏଣ୍ଟ ହ୍ରାସ ପାଇଛି। ତେବେ ଏହି ହ୍ରାସ ଗତ ଦୁଇ ସପ୍ତାହ ଭିତରେ ହୋଇଥିବା ଦୈନିକ କାରବାରରେ ସର୍ବାଧିକ ହ୍ରାସ ବୋଲି ଜଣାପଡ଼ିଛି। ବିଶ୍ବର ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତିକୁ ନେଇ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ସେୟାର ବଜାର ଉପରେ ପଡ଼ିଛି। ଏହାକୁ ନେଇ ଆଜି ବମ୍ବେ ଷ୍ଟକ୍ ବଜାରରେ ବିଭିନ୍ନ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଆଜିର କାରବାର ବନ୍ଦ ହେବା ବେଳକୁ ସେନ୍ସେକ୍ସ ୮୨,୪୯୮.୧୪ ପଏଣ୍ଟରେ ପହଞ୍ଚିଯାଇଥିଲା। ଏହା ସହିତ ଆଜିର କାରବାରରେ ନିଫ୍ଟି ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। କାରବାର ବନ୍ଦ ହେବା ବେଳକୁ ନିଫ୍ଟି ୨୫,୪୫୪.୩୫ ପଏଣ୍ଟରେ ଥିଲା। ଏହା ପୂର୍ବରୁ ଚଳିତ ମାସ ୧ ତାରିଖରେ ବମ୍ବେ ଷ୍ଟକ୍ ବଜାରରେ ସେନ୍ସେକ୍ସରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା।


