ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ା
1 min read
ଖୁସି ଖବର। ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ା। ଉଭୟ ପରିଣୀତି ଏବଂ ରାଘବ ସୋସିଆଲ ମିଡିଆରେ ଏହି ଗୁଡନ୍ୟୁଜ ସେୟାର କରିଛନ୍ତି।
ବିବାହର ପ୍ରାୟ ଦୁଇ ବର୍ଷ ପରେ ପରିଣୀତି-ରାଘବଙ୍କ ପରିବାର ପୂରା ହେବାକୁ ଯାଉଛି। ଏହି ଖୁସି ଖବରକୁ ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି ରାଘବ- ପରିଣୀତି। ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଉଭୟ ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ଗୋଟିଏ ଫଟୋ ଏବଂ ଦୁହେଁ ହାତଧରି ଚାଲି ଚାଲି ଯାଉଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି।
ଫଟୋରେ 1+1=3 ଲେଖା ସହିତ ଛୋଟ ଛୁଆର ପାଦଚିହ୍ନ ରହିଛି। ରାଘବ- ପରିଣୀତି ଖୁସି ଖବର ଦେବା ପରେ ଉଭୟଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।