January 24, 2026

ଫର୍ଚୁନର ସହ ବୋଲେରୋର ମୁହଁ।ମୁହିଁ ଧକ୍କା

1 min read

ପାଟଣା: କେନ୍ଦୁଝର ଜିଲା ପାଟଣା ପିପିଳୀଆ ରାସ୍ତାର ସୁଆମ ବାଙ୍କ ନିକଟରେ ଶୁକ୍ରବାର ଏକ ଫର୍ଚୁନର ସହ ବୋଲେରୋର ମୁହଁ।ମୁହିଁ ଧକ୍କା ଫଳରେ ଜଣେ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି। ଗୁରୁତର ଜଣକ ହେଉଛନ୍ତି ବୋଲେରୋ ଡ୍ରାଇଭର ରୂଢିଆପଡ଼ା ଗାଁର ହୃଷୀ କେଶ ମହାନ୍ତ।

ପ୍ରକାଶ ଯେ କେନ୍ଦୁଝର ମୁଖ୍ୟାଳୟ ସାମନ୍ତରା ପୁର କମଳ ଲୋଚନ ମିଶ୍ର ଫର୍ଚୁନର କାର ରେ ପ୍ରୟୋଗରାଜରୁ କେନ୍ଦୁଝର ଫେରୁଥିବାବେଳେ ଅପର ପକ୍ଷରୁ ବୋଲେରୋ ବୃନ୍ଦାବନ ପୁରରୁ ପିନ୍ଧାଣି ଭୋଜି ଖାଇ ମଲ୍ଲି ପଶି ଫେରିବା ବାଟ ରେ ସୁଆମ ବାଙ୍କ ନିକଟରେ ମୁଂହା ମୁହିଁ ଧକ୍କା ହୋଇଥିଲା। ଫର୍ଚୁନରରେ ୪ଜଣ ଥିବାବେଳେ ବୋଲେରୋରେ ୩ ଜଣ ଯାତ୍ରୀ ଥିଲେ। ଘଟଣା ସ୍ଥଳ ରେ ପାଟଣା ଥାନା ପୋଲିସ ପହଞ୍ଚି ୨କାର କୁ ଜବତ କରି ଥାନାକୁ ଆଣି ତଦନ୍ତ ଜାରି ରଖିଛନ୍ତି।