November 5, 2025

ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ର ଅନୀଲ ବିଶ୍ବାଳ

1 min read

ଭୁବନେଶ୍ଵର : ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। ସେ କହିଛନ୍ତି ଆପଣଙ୍କୁ ଲୋକେ ୨୪ ବର୍ଷ ନିରଙ୍କୁଶ କ୍ଷମତା ପ୍ରଦାନ କରିଛନ୍ତି। ଏହାର ପ୍ରତିବଦଳରେ ଲୋକେ ପାଇଲେ କଣ ? ଗୋଟିଏ ଶୀତଳ ଭଣ୍ଡାର କି ମହାନଦୀରେ ଗୋଟିଏ ବନ୍ଧ କରିପାରିଲେନି। ଆପଣଙ୍କୁ ଯେଉଁମାନେ ରାଜନୀତିକୁ ଆଣିଥିଲେ ଆପଣ କଣ କଲେ ? ଦିଲୀପ ରାୟ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ରଙ୍କ ପ୍ରତି କଣ କଲେ ବୋଲି ଅନୀଲ ପ୍ରଶ୍ନ କରିଛନ୍ତି। ଆପଣ ଯାହା କରିଥିଲେ, ତାହାକୁ ବେଇମାନ କୁହାଯିବ ନା କୁହାଯିବ ନାହିଁ ବୋଲି ସେ କହିଛନ୍ତି।