March 11, 2026

ଆଇରନ୍‌ ଟ୍ରକ୍‌ ସହ ଧକ୍କା ହେଲା ବାଇକ୍‌

1 min read

ବାସୁଦେବପୁର: ବାସୁଦେବପୁର ବରଣ୍ଡୁଆ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି ବଡ଼ ଅଘଟଣ। ରବିନ୍ଦ୍ର ସାହୁ (୪୨) ନାମକ ଜଣେ ବ୍ୟକ୍ତିଙ୍କ ବୁଧବାର ରାତିରେ ଏକ ଆଇରନ ଟ୍ରକ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ରବୀନ୍ଦ୍ର ଜାମଝାଡିରୁ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଧାମରାରୁ ଆସୁଥିବା ଟ୍ରକ ବାଡଲି ଛକ ନିକଟରେ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଯୁବକ ଚିକିସ୍ଥିତ ହେଉଛନ୍ତି।