January 12, 2026

ଚମ୍ପିଆନ୍ସ ଟ୍ରଫି ବିଜେତା ଟିମ ଇଣ୍ଡିଆ ପାଇଁ ବଡ଼ ପୁରସ୍କାର ଘୋଷଣା

1 min read

ଚମ୍ପିଆନ୍ସ ଟ୍ରଫି ବିଜେତା ଟିମ ଇଣ୍ଡିଆ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ(ବିସିସିଆଇ)। ଭାରତୀୟ ଦଳ ପାଇଁ ବିସିସିଆଇ ପକ୍ଷରୁ ୫୮ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଟିମଳ ଖେଳାଳିମାନଙ୍କ ସହିତ ସହାୟକ କର୍ମଚାରୀ, ଚୟନ କମିଟି ସଦସ୍ୟ ଏବଂ ପ୍ରଶିକ୍ଷକଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ।
ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ଅପରାଜେୟ ରହିଥିଲା। ଦଳ ପର୍ଯ୍ୟାୟକ୍ରମେ ଲିଗ୍‌ ମ୍ୟାଚରେ ବାଂଲାଦେଶ, ପାକିସ୍ତା ଏବଂ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ପରବର୍ତ୍ତୀ ସମୟରେ ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଶେଷରେ ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚମ୍ପିଆନ ଟ୍ରଫି ହାତେଇଥିଲା। ଏହା ପୂର୍ବରୁ ୨୦୨୪ରେ ଦଳ ଆଇସିସି ଟି-୨୦ ବିଶ୍ଵକପ ଟାଇଟଲ ବିଜୟୀ ହୋଇଥିଲା। ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ନେତୃତ୍ଵରେ ଲଗାତର ୨ଟି ଆଇସିସି ଟ୍ରଫି ବିଜୟୀ ହୋଇ ଦେଶ ପାଇଁ ଗୌରବ ଆଣିବାରେ ସଫଳ ହୋଇଛି। ବିସିସିଆଇ ସଭାପତି ରୋଜର ବିନି ଭାରତୀୟ ଦଳକୁ ପ୍ରଶଂସା କରିବା ସହିତ ଟିମ୍‌ର ସମସ୍ତ ଖେଳାଳି ଏବଂ ସଦସ୍ୟମାନଙ୍କ ନିଷ୍ଠା ଏବଂ ଦକ୍ଷତା ଭାରତକୁ ବିଶ୍ଵସ୍ତରରେ ପ୍ରଶଂସିତ କରିଛି ବୋଲି କହିଛନ୍ତି।