ଜିଏସଟିକୁ ନେଇ ବଡ଼ ଘୋଷଣା
1 min read
ଭାରତରେ ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସଟିକୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୫୬ତମ ଜିଏସଟି ପରିଷଦ ବୈଠକରେ ବର୍ତ୍ତମାନର ୪-ସ୍ତରୀୟ ଜିଏସଟି ସ୍ଲାବ୍ ବଦଳରେ ୫ ଓ ୧୮ ପ୍ରତିଶତର ଦୁଇ ସ୍ତରୀୟ ଟ୍ୟାକ୍ସ ସ୍ଲାବ୍ କରାଯାଇଛି। ସେହିପରି ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ତମାଖୁ ଓ ପାନମସଲା ଭଳି ହାନିକାରକ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ।
ଏହାସହ ଛେନା, ପନିର, ରୁଟି, ଖାତା, ପେନସିଲ ତଥା ଜୀବନ ଓ ସ୍ୱାସ୍ଥ୍ୟ ବୀମା ଭଳି ଅନେକ ସାମଗ୍ରୀକୁ ଜିଏସଟି ମୁକ୍ତ କରାଯାଇଛି। ଦୈନନ୍ଦିନ ଆବଶ୍ୟକୀୟ ଏଫଏମସିଜି ସାମଗ୍ରୀ, ଔଷଧ, ଡାକ୍ତରୀ ଯନ୍ତ୍ରପାତି ତଥା ଟ୍ରାକ୍ଟର ସମେତ କୃଷି ଯନ୍ତ୍ରାଂଶ ଉପରେ ଜିଏସଟି ହାର ୧୨ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି।
ଅନ୍ୟପଟେ କାର, ମୋଟରସାଇକେଲ, ଟିଭି, ଏସି ତଥା ସିମେଣ୍ଟ ଆଦି ଉପରେ ଜିଏସଟି ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇଦିଆଯାଇଛି। ଏହି ନୂଆ ଜିଏସଟି ଦର ୨୨ ସେପ୍ଟେମ୍ବରରୁ ଲାଗୁ ହେବ।