April 13, 2026

ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାରେ ଭୁବନେଶ୍ୱର ଲିଙ୍କ୍

1 min read

ଭୁବନେଶ୍ୱର : ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାରେ ଭୁବନେଶ୍ୱର ଲିଙ୍କ୍ ଥିବା ନେଇ କରାଯାଉଛି ସନ୍ଦେହ। ଆଜାଦନଗର ବୋମା ବିସ୍ଫୋରଣ ତଦନ୍ତ କରିବା ବେଳେ କିଛି ପ୍ରମାଣ ମିଳିବା ପରେ ଏପରି ସନ୍ଦେହ କରୁଛି ଏନଆଇଏ। ଏୟାରଫିଲ୍ଡ ଥାନାରୁ ତଥ୍ୟ ଆଣିବା ପରେ ତଦନ୍ତ ଦ୍ରୁତ ଗତିରେ କରା ଯାଉଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସେହେନୱାଜ୍ ହୁସେନ ଓରଫ ମଫିର ଖାସ ସହଯୋଗୀଙ୍କୁ ମଧ୍ୟ ଜେରା କରାଯାଉଛି। ସିଡିଆର ରିପୋର୍ଟ ଆଧାରରେ ମଫି ଗାର୍ଲଫ୍ରେଣ୍ଡ ଓ ସହଯୋଗୀକୁ ଜେରା କରାଯାଉଥିବା ବେଳେ ଜଟଣୀ ଅଞ୍ଚଳରେ ଏକ ସଭାରେ ବିସ୍ଫୋରଣ ପାଇଁ ଷଡଯନ୍ତ୍ର ହୋଇଥିବା ସୂଚନା ମିଳିଛି। ମିଳିଥିବା କିଛି ସାମ୍ପୁଲକୁ ରାଜ୍ୟ ଫରେନସିକ ଲ୍ୟାବକୁ ମଧ୍ୟ ପଠାଯାଇଥିଲା। ରିପୋର୍ଟ ଆସିବା ପରେ ବିସ୍ଫୋରଣର ଗୁମର ଖୋଲିବ ବୋଲି କହିଛି ଏନଆଇଏ।