October 14, 2025

ଜୀବନ ହାରିଲେ ବରଗଡ ନାବାଳିକା

1 min read

ଭୁବନେଶ୍ୱର : ଜୀବନ ହାରିଲେ ବରଗଡ ନାବାଳିକା । ନାବାଳିକା ଜଣକ ବୁର୍ଲା ମେଡିକାଲରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଏନେଇ ଗାଇସିଲେଟ୍‌ ଥାନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ବରଗଡ ଜିଲା ଗାଇସିଲେଟ ଥାନା ଫିରଙ୍ଗିମାଲ ଗାଁରେ ଏହି ଅଘଟଣ ଘଟିଥିଲା। ପୁଣି ଜଣେ ନାବାଳିକା ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଫୁଟବଲ ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଠାବ କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣଙ୍କ ମାମୁଁ ଘରେ ରହି ପାଠ ପଢୁଥିଲେ, କେଉଁ କାରଣ ପାଇଁ ସେ ଏଭଳି ପଦକ୍ଷେପ ଗ୍ରହଣ କଲେ ତାହା ଜଣାପଡିନାହିଁ ।