ବାଲି ଚୋରା ଚାଲାଣ ହେଉଥିବାବେଳେ ୯ ଟି ହାଇୱା ଗାଡ଼ିକୁ ଜବତ୍ କରିଛି ବଣାଇଁ ପୁଲିସ
1 min read
ବଣାଇଗଡ଼: ବଣାଇଁ ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଶଯ୍ୟାର ବନେଇକଳା ଘାଟରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବାବେଳେ ୯ ଟି ହାଇୱା ଗାଡ଼ିକୁ ଜବତ୍ କରିଛି ବଣାଇଁ ପୁଲିସ।
ଗତ କିଛି ଦିନ ତଳେ ବାଲି ଚୋରା ଚାଲାଣ ରୋକିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ବିଭାଗ ଓ ପୁଲିସ ତତ୍ପର ହୋଇ ଉଠିଛନ୍ତି।
ଗତକାଲି ରାତିରେ ବଣାଇଁ ପୁଲିସ ପକ୍ଷରୁ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ରାତି କାଳିନ ପେଟ୍ରୋଲିଂରେ ବାହାରି ଥିବା ବେଳେ ବଣାଇଁ ବ୍ରାହ୍ମଣୀ ନଦୀ ଶଯ୍ୟାର ବିଭିନ୍ନ ବାଲି ଘାଟ ଗୁଡ଼ିକରେ ଅତର୍କିତ ଚଢ଼ାଉ କରିଥିଲେ।
ଏହି ସମୟରେ ଲିଜଧାରୀ ଦୁର୍ଗା ମାଧବ ମିଶ୍ରଙ୍କ ନାଁରେ ଥିବା ବନେଇକଳା ଘାଟରୁ ୯ ଟି ହାଇୱାରେ ବାଲି ବୋଝେଇ ହୋଇ ପରିବହନ ନିମନ୍ତେ ଯିବା ବେଳେ ପୁଲିସ ସମସ୍ତ ଗାଡି ଗୁଡ଼ିକୁ ଅଟକ ରଖି କାଗଜ ପତ୍ର ଯାଞ୍ଚ୍ କରିଥିଲା। ଗାଡ଼ିରେ ଚାଲାଣ କାଗଜପତ୍ର ବୈଧ ନଥିବା ବେଳେ ସେସବୁ ଗାଡି ଗୁଡ଼ିକ ନକଲି ଟିପି ବ୍ୟବହାର କରି ବାଲି ଚୋରା ଚାଲାଣ କରୁଥିବା ଜଣାପଡ଼ିଥିଲା।


