June 27, 2025

ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳିମାଡ଼ କରାଯାଇ ତାଙ୍କ ଜୀବନ ନିଆଯାଇଛି

1 min read

ମୁମ୍ବାଇ: ଏନସିପି ଅଜିତ ପାୱାର ଗୋଷ୍ଠୀର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳିମାଡ଼ କରାଯାଇ ତାଙ୍କ ଜୀବନ ନିଆଯାଇଛି। ବାବା ସିଦ୍ଦିକିଙ୍କୁ ତିନିଥର ଗୁଳିମାଡ଼ କରାଯାଇଥିଲା। ଏହା ପରେ ତାଙ୍କୁ ଲୀଲାବତୀ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କୁ ତାଙ୍କ କାର୍ଯ୍ୟାଳୟ ନିକଟରେ ବାନ୍ଦ୍ରା ଖେରୱାଡି ସିଗନାଲ ନିକଟରେ ଗୁଳିମାଡ଼ କରାଯାଇଥିଲା। ଏବେ ବାବା ସିଦ୍ଦିକି ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି।

ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ ପଚରାଉଚରା ବେଳେ ଅଭିଯୁକ୍ତମାନେ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଥିବା କହିଛନ୍ତି। ଅଭିଯୁକ୍ତମାନେ ଗତ ୨୫-୩୦ ଦିନ ଧରି ସେହି ଅଞ୍ଚଳର ରେକି କରୁଥିଲେ। ଏହି ତିନି ଅଭିଯୁକ୍ତ ଘଟଣା ପୂର୍ବରୁ ଅଟୋ ରିକ୍ସା ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚିଥିଲେ (ଯେଉଁଠାରେ ଗୁଳିମାଡ଼ ହୋଇଥିଲା)। ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।

ପୁଲିସ ସନ୍ଦେହ କରୁଛି ଯେ ଅନ୍ୟ କେହି ମଧ୍ୟ ଅଭିଯୁକ୍ତକୁ ସମସ୍ତ ତଥ୍ୟ ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ କର୍ଣ୍ଣଲ ସିଂ (ହରିୟାଣା) ଏବଂ ଧରମରାଜ କାଶ୍ୟପ (ଉତ୍ତରପ୍ରଦେଶ)। ଅଭିଯୁକ୍ତମାନେ ସିଦ୍ଦିକିଙ୍କ ଉପରେ ୬ରାଉଣ୍ଡ ଗୁଳିମାଡ଼ କରିଥିଲେ। ସେଥିମଧ୍ୟରୁ ତିନିଟି ଗୁଳି ତାଙ୍କ ଦେହରେ ବାଜିଥିଲା। ସେଥିମଧ୍ୟରୁ ଦୁଇଟି ଗୁଳି ଛାତିରେ ଏବଂ ଗୋଟିଏ ବୁଲେଟ୍ ଶରୀରର ଅନ୍ୟ ଅଙ୍ଗରେ ବାଜିଛି। ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକିଙ୍କର ମୃତ୍ୟୁ ଘଟିଛି।
ବାବା ସିଦ୍ଦିକି କଂଗ୍ରେସ ଛାଡି ଏନସିପି ଅଜିତ ପାୱାରଙ୍କ ଗୋଷ୍ଠୀରେ ଯୋଗ ଦେଇଥିଲେ। ସେ ଗତ ୪୮ବର୍ଷ ଧରି କଂଗ୍ରେସରେ ଥିଲେ। ସେ ସୋସିଆଲ ମିଡିଆରେ ତାଙ୍କ ଇସ୍ତଫା ବିଷୟରେ ଲେଖିଥିଲେ, ମୁଁ ଜଣେ ଯୁବକ ଭାବରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି ଏବଂ ୪୮ବର୍ଷ ଧରି ଦଳରେ ଥିଲି। ଆଜି ମୁଁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଉଛି। ମୁଁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।