January 7, 2026

ବିଜେପି ନେତା କରିଥିବା ଆକ୍ରମଣ ଉଦ୍ୟମ

1 min read

କେନ୍ଦ୍ରାପଡ଼ା: ରାଜନଗର ମହିଳା ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କୁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମୟରେ ବିଜେପି ନେତା ଲଳିତ ବେହେରା କରିଥିବା ଆକ୍ରମଣ ଉଦ୍ୟମକୁ ଜିଲ୍ଲା ଓଏଏସ(ଓଡିଶା ପ୍ରଶାସନିକ ସଂଘ ) ଦୃଢ଼ ନିନ୍ଦା କରିଛି। ଜଣେ ପ୍ରଶାସନିକ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ପଶି କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହିତ ଆକ୍ରମଣ କରିବା ଉଦ୍ୟମ ନିଶ୍ଚିତ ଭାବେ ଦୁଃଖଦ ବିଷୟ, ଏତିପ୍ରତି ଓଏଏସ ସଂଘ ଦୃଢ ପ୍ରତିବାଦ କରିବା ସହିତ ଏପରି କାର୍ଯ୍ୟକଳାପ ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି କହିଛି।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ଓଏଏସ ସଂଘ ବୈଠକ କରି ନିନ୍ଦା ପ୍ରସ୍ତାବ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ପ୍ରଦାନ କରିଛନ୍ତି। ଏହା ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲା ପ୍ରଶାସନିକ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ, କେନ୍ଦ୍ରାପଡ଼ା ତହସିଲଦାର କୁଇନି ଜେନା, ଗରଦପୁର ବିଡ଼ିଓ ଆଲୋକ କୁମାର ସେଠୀଙ୍କ ସମେତ ଅନ୍ୟ ବିଡ଼ିଓ, ତହସିଲଦାର ମାନେ ଉପସ୍ଥିତ ଥିଲେ।