May 13, 2025

ଓଡିଶାର ପ୍ରଥମ ବ୍ରାଣ୍ଡ ହିସାବରେ ଅରୁନ୍ଧତୀ ଜୁଏଲର୍ସକୁ ଦୁଇଦୁଇଟି ସମ୍ମାନ

1 min read

ଭୁବନେଶ୍ୱର : ରାଜ୍ୟ ଅଳଙ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରି ଜାତୀୟସ୍ତରରେ ଓଡିଶାର ଗୌରବ ବର୍ଦ୍ଧନ କରୁଥିବା ଅରୁନ୍ଧତୀ ଜୁଏଲର୍ସ ମୁମ୍ବାଇ ସ୍ଥିତ ଜିଓ ୱାର୍ଲ୍ଡ କନଭେସନ ସେଟଂରରେ ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲାରୀ ଡୋମେଷ୍ଟକ୍ କାଉନ୍ସିଲ ତରଫରୁ ପ୍ରିଫରଡ ରିଟେଲର ଅଫ ଇଣ୍ଡିଆ-୨୦୨୫ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଅରୁନ୍ଧତୀ ଜୁଏଲର୍ସର ନିର୍ଦ୍ଦେଶକ ଶ୍ରୀମାନ ପ୍ରତୀକ ମେହେରକୁ ସମ୍ମାନୀୟ ଜିଜେସି ପରବର୍ତୀ ଜେନେରେସନ ଫ୍ୟୁଚର ଅଫ୍ ଜୁଏଲାରୀ ଇଣ୍ଡଷ୍ଟ୍ରିଜ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ପ୍ରଥମଥର ପାଇଁ ଦୁଇଟି ଜାତୀୟ ସମ୍ମାନରେ ସମ୍ମାନୀତ ହୋଇଥିବା ଓଡିଶାର ପ୍ରଥମ ବ୍ରାଣ୍ଡ ଭାବରେ ଅରୁନ୍ଧତୀ ଏହି ଗୌରବର ଅଧିକାରୀ ହୋଇପାରିଛି । ଅରୁନ୍ଧତୀ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ଯେ, ଆମେ ପାଇଥିବା ଦୁଇଟି ସମ୍ମାନ ଅରୁନ୍ଧତୀକୁ ଦୀର୍ଘ ବର୍ଷ ଧରି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଦେଇ ବଳିଷ୍ଠ କରିଥିବା ପ୍ରତ୍ୟେକ ଓଡିଶାବାସୀଙ୍କୁ ସମର୍ପିତ । ଅରୁନ୍ଧତୀର ତା’ର ପ୍ରତ୍ୟକ ବ୍ୟବସାୟୀକ ପଦକ୍ଷେପରେ ସ୍ୱଚ୍ଛତା, ଗହଣା ମାନରେ ଶୁଦ୍ଧତା, ସୃଜନଶୀଳତା ଓ ଦୁରଦୃଷ୍ଟି ସମ୍ପର୍ଣ୍ଣ ଅଭିଜ୍ଞତା ପରିପୂର୍ଣ୍ଣ ବ୍ୟବସାୟ ଅରୁନ୍ଧତୀକୁ ଗୋଟିଏ ମଚଂରେ ଦୁଇଦୁଇଟି ପ୍ରତିଷ୍ଠିତ ଜାତୀୟ ପୁରସ୍କାର ଲାଭ କରିବାରେ ସହାୟକ ହୋଇପାରିଛି ।