February 14, 2025

ଓଡ଼ିଶା ପୋଲିସରେ ୧୩୬୦ଟି କନଷ୍ଟେବଳ ପଦବୀ ପାଇଁ ଆବେଦନ ଜାରି

1 min read

ଭୁବନେଶ୍ୱର : ଓଡ଼ିଶା ପୋଲିସରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ଖାଲିଥିବା ୧୩୬୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଚୟନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ରାଜ୍ୟ ପୋଲିସର ଓଏସଏପି, ଆଇଆରବି, ଏସଆଇଆର ତଥା ସ୍ପେସାଲ ସର୍ଭିସରେ ଏହି ନିଯୁକ୍ତି ହେବେ। ଏହି ପଦବୀ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପରୀକ୍ଷା କରାଯିବ।

ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ଅକ୍ଟୋବର ୧୩।

ଆପଣମାନେ ଏହି ସବୁ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।