March 1, 2026

ରାଜ୍ୟରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ

1 min read

ରାୟଗଡ଼ା: ରାଜ୍ୟରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ରାୟଗଡ଼ାଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ନାଇରା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ଦିନବେଳେ ଏହି ଘଟଣା ହୋଇଥିବା ବେଳେ ଗୁଡାରି ଥାନାରେ ରାତିରେ ଅଭିଯୋଗ ହୋଇଥିବା ଜଣା ପଡିଛି।

ଏହି ଘଟଣାରେ ନାଇରା ସରପଞ୍ଚ ଓ ପରିବାରବର୍ଗ ଗୁଡାରି ଥାନାରେ ଲିଖିତ ଅଭିଯୋଗ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଗୁଡାରି ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଥିବା ବେଳେ ଏହି ଘଟଣାରେ ତଦନ୍ତ ଚାଲିଥିବ ଆଇଆଇସି ସମର୍ପିତା ସ୍ବାଇଁ ସୂଚନା ଦେଇଛନ୍ତି।