March 11, 2026

ଜଣେ ଯନ୍ତ୍ରୀ ତଞ୍ଚକତା : ଭିଜିଲାନ୍ସ ତଦନ୍ତ ଦାବି

1 min read

ନୀଳଗିରି: ଜଣେ ଯନ୍ତ୍ରୀ ତଞ୍ଚକତା କରିଛନ୍ତି। ବିଲ୍‌ ଦ୍ବାରା ଅଫିସ୍‌ ଗାଡ଼ିରେ ତେଲ ପଡ଼ୁଥିବା ‌ଦର୍ଶାଇ ନିଜ ଗାଡ଼ିରେ ‌ପକାଇଛନ୍ତି। ଏପରି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ। ସୂଚନା ଅନୁସାରେ; ନୀଳଗିରି ବ୍ଲକ୍‌ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ଶରତ ଚନ୍ଦ୍ର ଉପାଧ୍ୟାୟ କାର୍ଯ୍ୟ କରୁଛନ୍ତି। ସେ ନୀଳଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଯନ୍ତ୍ରୀ ଏବଂ ରେମୁଣା ‌ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟର ଅଧିକାରୀମାନଙ୍କ ଯାତାୟାତ ପାଇଁ ଦୁଇଟି ବୋଲେରା ରହିଛି।