February 14, 2026

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ନଂ ଜାତୀୟ ରାଜପଥ ସୁବଳୟା ଛକରେ ଗୁରୁବାର ସକାଳେ ଏକ ଦୁର୍ଘଟଣା

1 min read

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ନଂ ଜାତୀୟ ରାଜପଥ ସୁବଳୟା ଛକରେ ଗୁରୁବାର ସକାଳେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଥିବା ଏକ ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍ ଜୋରରେ ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୬ରୁ ଅଧିକ ଜଣ ଗୁରୁତର ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ତୀର୍ଥଯାତ୍ରୀ ବସ୍‌ରେ ୨୦ ଜଣ ତୀର୍ଥଯାତ୍ରୀ ଥିବା କୁହାଯାଉଛି।‌ ସେମାନେ ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ବସ୍‌ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।